ରାଜ୍ୟର ହସ୍ତଶିଳ୍ପ ପରମ୍ପରାକୁ ବଜାୟ ରଖିବା ପାଇଁ କାରିଗର ମାନଙ୍କର ଦକ୍ଷତା ବିକାଶ ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ ଏକ ମୌଳିକ ଆବଶ୍ୟକତା। ଏହାକୁ ବିଚାର କରି ସିଡାକ୍ କାରିଗର ମାନଙ୍କ ପାଇଁ ହସ୍ତଶିଳ୍ପ ପ୍ରଶିକ୍ଷଣ ପାଠ୍ୟକ୍ରମ ପ୍ରଦାନ ନିମନ୍ତେ ବ୍ୟବସ୍ଥା କରିଛି। ଏହା କାରିଗର ମାନଙ୍କୁ ଏକ ସୁସଙ୍ଗଠିତ ପ୍ରଣାଳୀରେ ହସ୍ତଶିଳ୍ପ କାରିଗରୀକୁ ବୁଝିବାରେ ସାହାଯ୍ୟ କରିବା ସହିତ ସେମାନଙ୍କୁ ହସ୍ତଶିଳ୍ପ ଉତ୍ପାଦନରେ ନିୟୋଜିତ ଫାର୍ମଗୁଡ଼ିକରେ ବେତନ ବା ପାରଶ୍ରମିକ ସହିତ ନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ କିମ୍ବା ଆତ୍ମନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହେବ। ଏଥିସହିତ ଏହି ପାଠ୍ୟକ୍ରମ ଗୁଡିକର ଲକ୍ଷ୍ୟ ହେଉଛି ପରିବର୍ତ୍ତିତ ବଜାର ପରିସ୍ଥିତି, ମାର୍କେଟିଂର ନୂତନ ସୁଯୋଗ, ନୂତନ ଡିଜାଇନ୍, ରପ୍ତାନି ଚିନ୍ତାଧାରା ଇତ୍ୟାଦି ବିଷୟରେ ପ୍ରଶିକ୍ଷାର୍ଥୀ ମାନଙ୍କର ସଚେତନତା ସ୍ତରକୁ ବିସ୍ତାରିତ କରିବା। ଏହି ତାଲିମ କାର୍ଯ୍ୟକ୍ରମ ଗୁଡ଼ିକ ମଧ୍ୟ ଏକ ପ୍ରକାର କାରିଗରୀ ଦକ୍ଷତାର ମୂଳଦୁଆକୁ ଅଧିକ ଦୃଢ଼ କରିଥାଏ ଫଳରେ ଏହା ଭବିଷ୍ୟତରେ ରାଜ୍ୟର ହସ୍ତଶିଳ୍ପ ପରମ୍ପରାକୁ ସଂରକ୍ଷଣ କରିବାରେ ଏବଂ ପରବର୍ତ୍ତୀ ପିଢ଼ି ପର୍ଯ୍ୟନ୍ତ ଏହାକୁ ଆଗକୁ ବହନ କରିବାରେ ସାହାଯ୍ୟ କରିଥାଏ।
ରାଜ୍ୟ ସ୍ତରରେ, ଭୁବନେଶ୍ୱର ଖଣ୍ଡଗିରି ସ୍ଥିତ ଗଣ୍ଡମୁଣ୍ଡାର ହସ୍ତଶିଳ୍ପ କମ୍ପ୍ଲେକ୍ସରେ ତାଲିମ ଦିଆଯାଉଛି। ସେହିଭଳି ଖୋର୍ଦ୍ଧା ଜିଲ୍ଲାର କେନ୍ଦୁବିଲ୍ୱ ଠାରେ (ପଟ୍ଟଚିତ୍ର), କଟକ ଜିଲ୍ଲାର ଆଠଗଡ ଠାରେ(ପଟ୍ଟଚିତ୍ର), ପୁରୀ ଜିଲ୍ଲାର କୋଣାର୍କ ଠାରେ (ପଥର ଖୋଦନ) ମଧ୍ୟ ତିନୋଟି ଜିଲ୍ଲାସ୍ତରୀୟ ତାଲିମ କେନ୍ଦ୍ର କାର୍ଯ୍ୟ କରୁଛି।

| ଅବଧି | ୧ ବର୍ଷ |
| ଗ୍ରହଣ କ୍ଷମତା | ୧୦ |
| ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା | ଅଷ୍ଟମ |
| ସର୍ବନିମ୍ନ ଅଭିଜ୍ଞତା | --- |
| ହସ୍ତଶିଳ୍ପ କଭର - ପଟ୍ଟଚିତ୍ର, ଆପ୍ଲିକ୍, ଟେରାକୋଟା, ତାଳ ପତ୍ର ଖୋଦନ, ପଥର ଖୋଦନ ଏବଂ କାଠ ଖୋଦନ |
ବୟସ: ୧୪ ରୁ ୪୦ ବର୍ଷ
| ଅବଧି | ୧ ବର୍ଷ |
| ଗ୍ରହଣ କ୍ଷମତା | ୧୦ |
| ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା | ଅଷ୍ଟମ |
| ସର୍ବନିମ୍ନ ଅଭିଜ୍ଞତା | ୨ ବର୍ଷ |
| ହସ୍ତଶିଳ୍ପ କଭର - ପଟ୍ଟଚିତ୍ର, ଆପ୍ଲିକ୍, ଟେରାକୋଟା, ତାଳ ପତ୍ର ଖୋଦନ, ପଥର ଖୋଦନ ଏବଂ କାଠ ଖୋଦନ |
ବୟସ: ୧୫ ରୁ ୪୦ ବର୍ଷ
| ଅବଧି | ୧ ବର୍ଷ |
| ଗ୍ରହଣ କ୍ଷମତା | ୧୦ |
| ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା | ଅଷ୍ଟମ |
| ସର୍ବନିମ୍ନ ଅଭିଜ୍ଞତା | ୫ ବର୍ଷ |
| ହସ୍ତଶିଳ୍ପ କଭର - ପଟ୍ଟଚିତ୍ର, ତାଳ ପତ୍ର ଖୋଦନ, ପଥର ଖୋଦନ ଏବଂ କାଠ ଖୋଦନ କାରିଗରୀ |
ବୟସ: ୧୬ ରୁ ୪୦ ବର୍ଷ
ସମସ୍ତ ସ୍ତରରେ ପ୍ରଦାନ କରଯାଉଥିବା ବିଭିନ୍ନପ୍ରକାର ପାଠ୍ୟକ୍ରମ ଗୁଡିକ ହେଉଛି ଏକ ବର୍ଷ ସମୟ ବିଶିଷ୍ଟ ପୂର୍ଣ୍ଣକାଳୀନ ପାଠ୍ୟକ୍ରମ। ଶ୍ରେଣୀରେ ସକାଳ ୧୦.୩୦ ରୁ ସନ୍ଧ୍ୟା ୫.୦୦ ପର୍ଯ୍ୟନ୍ତ ଶିକ୍ଷା ଦାନ ବ୍ୟବସ୍ଥା ରହିଛି। ଓଡ଼ିଶା ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଛୁଟି ଦିବସ ଗୁଡିକ ଉକ୍ତ ଅନୁଷ୍ଠାନ ଅନୁସରଣ କରିଥାଏ। ତେବେ ଏଠାରେ କୌଣସି ପୂଜା ଛୁଟି ବା ଗ୍ରୀଷ୍ମ ଛୁଟି ପ୍ରଦାନ କରାଯାଏ ନାହିଁ।
ରାଜ୍ୟ ସ୍ତରରେ ପ୍ରଦାନ କରାଯାଉଥିବା ପ୍ରାଥମିକ (ମୌଳିକ) ଓ ଉଚ୍ଚତର ପାଠ୍ୟକ୍ରମ ଗୁଡ଼ିକ ମଧ୍ୟରେ ପଟ୍ଟଚିତ୍ର, ଚାନ୍ଦୁଆ, ଟେରାକୋଟା, ତାଳ ପତ୍ର ଖୋଦନ, ପଥର ଖୋଦନ ଏବଂ କାଠ ଖୋଦନ କାରୁଶିଳ୍ପ ଅନ୍ତର୍ଭୁକ୍ତ। ସେହିଭଳି ଯେତେବେଳେ ଉଚ୍ଚତମ ପାଠ୍ୟକ୍ରମ ଗୁଡ଼ିକରେ ପଟ୍ଟଚିତ୍ର, ତାଳ ପତ୍ର ଖୋଦନ, ପଥର ଖୋଦନ ଏବଂ କାଠ ଖୋଦନ କାରୁଶିଳ୍ପ ଅନ୍ତର୍ଭୁକ୍ତ।
ଉଭୟ ପୁରୁଷ ଓ ମହିଳା ପ୍ରଶିକ୍ଷାର୍ଥୀମାନଙ୍କ ନିମନ୍ତେ ଛାତ୍ରାବାସର ବ୍ୟବସ୍ଥା ରହିଛି। ଏଥିସହିତ ସେମାନଙ୍କ ପାଇଁ ଛାତ୍ରାବାସ ରହିବା ସହିତ ଷ୍ଟାଇପେଣ୍ଟ (ଛାତ୍ରବୃତ୍ତି), କଞ୍ଚାମାଲ, ଉପକରଣ କିଟ୍ ଭଳି ବିଭିନ୍ନ ବ୍ୟବସ୍ଥା କରାଯାଏ। ପ୍ରଶିକ୍ଷାର୍ଥୀ ମାନଙ୍କ ପାଇଁ ହସ୍ତଶିଳ୍ପ କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଅଧ୍ୟୟନ ନିମନ୍ତେ ପରିଦର୍ଶନର ବ୍ୟବସ୍ଥା ମଧ୍ୟ କରାଯାଏ।
ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ପ୍ରତିବର୍ଷ ମେ-ଜୁନ୍ ମାସରେ ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ପ୍ରଶିକ୍ଷଣ ନିମନ୍ତେ ଆବେଦନ କରିଥାନ୍ତି। ବ୍ୟାପକ ପ୍ରଚାର-ପ୍ରସାର ଉଦ୍ଦେଶ୍ୟରେ ଦୈନିକ ଖବରକାଗଜ ଗୁଡିକରେ ଏହି ପ୍ରଶିକ୍ଷଣ ସଂକ୍ରାନ୍ତ ବିସ୍ତୃତ ବିଜ୍ଞାପନ ପ୍ରକାଶିତ ହୁଏ।
ଗ୍ରହଣ କରାଯାଇଥିବା ଆବେଦନ ଗୁଡ଼ିକର ଯାଞ୍ଚ ପରେ ପ୍ରବେଶିକା ପରୀକ୍ଷା କରାଯାଏ ଯେଉଁଥିରେ ଆବେଦନ କାରୀଙ୍କର କୁଶଳତା ମଧ୍ୟ ପରୀକ୍ଷା (ସ୍କିଲ୍ ଟେଷ୍ଟ) କରାଯାଏ। କୌଣସି ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ପ୍ରବେଶ ଶୁଳ୍କ ଦେବାକୁ ପଡେ ନାହିଁ।