ଟେରାକୋଟା ଶିଳ୍ପ ଉପରେ ସାଧାରଣ ସୁବିଧା କେନ୍ଦ୍ର (ସିଏଫ୍ସି)ପ୍ରତିଷ୍ଠା କରାଯାଇଛି ଏବଂ ଏଠାରେ ଆଧୁନିକ ଯାନ୍ତ୍ରିକ ଉପକରଣ ଉପଳବ୍ଧ ହେଉଛି। ଯାହାର ବ୍ୟବହାର ଫଳରେ ଉତ୍ପାଦର ଗୁଣବତ୍ତା, ପରିମାଣ ଏବଂ ପରିସରରେ ବୃଦ୍ଧି କରାଯାଇପାରିବ। ଏହାର ଲକ୍ଷ୍ୟ ହେଉଛି କାରିଗରମାନଙ୍କୁ ଆଧୁନିକ ସୁବିଧା ସୁଯୋଗ ଲାଭର ଏକ ଉତ୍ତମ ଭିତ୍ତିଭୂମୀ ପ୍ରଦାନ କରିବା ଯାହାକି ସେମାନଙ୍କର ଶିଳ୍ପୀ ଭାବେ ଦକ୍ଷତା ବୃଦ୍ଧି କରିବା ସହିତ ବିଭିନ୍ନ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଇତ୍ୟାଦି ସହାୟତାରେ ଅଧିକ ବ୍ୟବସାୟିକ ଲାଭ ହାସଲ କରିବାରେ ସାହାଯ୍ୟ କରିବ।