ପାରମ୍ପରିକ ସ୍ପର୍ଶକୁ ଅକ୍ଷୂର୍ଣ୍ଣ ରଖିବା ସହିତ ସମସାମୟିକ ବଜାରରେ ବିକ୍ରୟ ଯୋଗ୍ୟ ଉପଯୁକ୍ତ ନୂତନ ଉତ୍ପାଦ ବିକଶିତ କରିବା ପାଇଁ କାରିଗର ମାନଙ୍କୁ ଡିଜାଇନକୁ ଏକ କୌଶଳପୂର୍ଣ୍ଣ ଉପକରଣ ଭାବରେ ବ୍ୟବହାର ଉଦ୍ଦେଶ୍ୟରେ ହସ୍ତଶିଳ୍ପ ଡିଜାଇନର ସାର୍ଟିଫିକେଟ୍ ପାଠ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ପାଠ୍ୟକ୍ରମଟି ଅହମ୍ମଦାବାଦର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନ୍ର ମାର୍ଗଦର୍ଶନରେ ବିକଶିତ କରାଯାଇଛି, ଯାହା ଦ୍ୱାରା ଓଡ଼ିଶାର କାରିଗର/ଶିଳ୍ପୀମାନେ ବଜାର ଆବଶ୍ୟକତା ଅନୁଯାୟୀ ସେମାନଙ୍କର ଉତ୍ପାଦକୁ ବିକଶିତ କରିପାରିବେ।
ମୌଳିକତା ବଜାୟ ରଖି ସମସାମୟିକ ଏବଂ ପାରମ୍ପରିକ ପଦ୍ଧତରି ସମିଶ୍ରଣରେ କାରିଗର ମାନଙ୍କୁ ନୂତନ ଏବଂ ଅଭିନବ ଉତ୍ପାଦ ବିକଶିତ କରିବାରେ ସାହାଯ୍ୟ କରିବାଏହି ପାଠ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଅଟେ।
ଏହି ପାଠ୍ୟକ୍ରମର ଅବଧି ୧ ବର୍ଷ ହେବ, ଯେଉଁଥିରେ ଗୋଟିଏ ମାସର ପ୍ରକଳ୍ପ କାର୍ଯ୍ୟ ଏବଂ କ୍ଷେତ୍ର ପରିଦର୍ଶନ ଅନ୍ତର୍ଭୁକ୍ତ।
ଯଦିଓ ପାଠ୍ୟକ୍ରମ ସହିତ ଅଧିକାଂଶ କାର୍ଯ୍ୟଗୁଡିକ ଇଂରାଜୀ ମାଧ୍ୟମରେ ଶିକ୍ଷା ଦିଆଯାଉଛି ତେବେ ବସ୍ତୁନିଷ୍ଠ (ଥିଓରୀ)ଏବଂ ବ୍ୟବହାରିକ (ପ୍ରାକ୍ଟିକାଲ) ଶିକ୍ଷାଦାନ ସମୟରେ, ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷା ମାଧ୍ୟମରେ ଶିକ୍ଷାଦାନର ବ୍ୟବସ୍ଥା କରାଯାଇଛି। ସପ୍ତାହର ଛଅ ଦିନ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଶ୍ରେଣୀ କକ୍ଷରେ ଶିକ୍ଷାଦାନ କରାଯାଏ। ରବିବାର ଏବଂ ଅନ୍ୟାନ୍ୟ ସରକାରୀ ଛୁଟିଦିନରେ କୌଣସି ଶିକ୍ଷାଦାନ କରାଯାଏ ନାହିଁ।
ପୂର୍ବ ନିର୍ଦ୍ଧାରିତ (କୋର୍ସ କରିକୁଲମ) ପାଠ୍ୟଖସଡା ଅନୁସାରେ ପାଠ୍ୟକ୍ରମ ଶେଷରେ, ଛାତ୍ରଙ୍କୁ ଶିକ୍ଷା ଅନୁଷ୍ଠାନରେ କାର୍ଯ୍ୟରତ ଜଣେ ଡିଜାଇନର/ଅଧ୍ୟାପକଙ୍କ ମାର୍ଗଦର୍ଶନରେ ୧ ମାସ ପାଇଁ ଏକ ପ୍ରୋଜେକ୍ଟ କାର୍ଯ୍ୟ କରିବାକୁ ପଡିଥାଏ। ଏକ ବର୍ଷିଆ ପାଠ୍ୟକ୍ରମରେ ନାମଲେଖାଇ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ନିମନ୍ତେ ଶିକ୍ଷା ସମ୍ପୂର୍ଣ୍ଣ କରିବା ପାଇଁ ଏହି ପ୍ରୋଜେକ୍ଟ କାର୍ଯ୍ୟ ବାଧ୍ୟତାମୂଳକ ଅଟେ।
ପ୍ରତ୍ୟେକ ପାଠ୍ୟକ୍ରମ ଶେଷରେ, ତିନି କିମ୍ବା ଚାରି ଜଣ ଅଧ୍ୟାପକଙ୍କୁ ନେଇ ଗଠିତ ଏକ ବିଚାରକମଣ୍ଡଳୀ (ଜୁରି) ସମଗ୍ର ପାଠ୍ୟକ୍ରମ ମଧ୍ୟରେ ଛାତ୍ର ଆହରଣ କରିଥିବା ଜ୍ଞାନ ଏବଂ କରାଯାଇଥିବା କାର୍ଯ୍ୟର ମୂଲ୍ୟାଙ୍କନ କରିବେ। ଏହି ସମୀକ୍ଷା ଆଧାରରେ, ମୂଲ୍ୟାୟନ କରୁଥିବା ବିଚାରକମଣ୍ଡଳୀ (ଜୁରୀ) ଏକ ବ୍ୟାପକ ରିପୋର୍ଟ ପ୍ରଦାନ କରନ୍ତି ଯେଉଁଥିରେ ଛାତ୍ରଙ୍କର ଜୁରୀ ଗ୍ରେଡ ଏବଂ ଶିକ୍ଷା କ୍ଷେତ୍ରରେ ସାମଗ୍ରିକ ପ୍ରଦର୍ଶନ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଥାଏ। ପାଠ୍ୟକ୍ରମର ସଫଳତାର ସହିତ ସମାପ୍ତି ପରେ ଛାତ୍ରଙ୍କୁ ରାଜ୍ୟ କଳା ଏବଂ ହସ୍ତଶିଳ୍ପ ବିକାଶ ପ୍ରତିଷ୍ଠାନରୁ ଏକ ପ୍ରମାଣପତ୍ର ମିଳିଥାଏ।
ONEYear
ପାଠ୍ୟକ୍ରମ ବିଷୟବସ୍ତୁରେ ଭାରତୀୟ ହସ୍ତଶିଳ୍ପ, ସାମଗ୍ରୀ ଏବଂ କୌଶଳ କର୍ମଶାଳାର ପରିଚୟ, ମୁକ୍ତହସ୍ତ ଚିତ୍ରାଙ୍କନ, ଭିନ୍ନ କଳା ଆକୃତିର ଉପାଦାନ,ରଙ୍ଗ ଏବଂ ରଚନା, ଉତ୍ପାଦର ଫଟୋଗ୍ରାଫି, ଡିଜାଇନିଂରେ କମ୍ପ୍ୟୁଟରର ବ୍ୟବହାର,ଡିଜାଇନର ଉପାଦାନ, ହସ୍ତଶିଳ୍ପ ଉଦ୍ୟୋଗ ଏବଂ ମାର୍କେଟିଂ ପରିଚାଳନାର ମୌଳିକ ତତ୍ତ୍ୱ, ଦୃଶ୍ୟଭିତ୍ତିକ ବିପଣନ ସାମଗ୍ରୀ ଏବଂ ପ୍ୟାକେଜିଂ ଅନ୍ତର୍ଭୁକ୍ତ।