ଡିଜାଇନର ମାନଙ୍କର ତାଲିକା ପ୍ରସ୍ତୁତି ସମ୍ପର୍କରେ 

ଘରୋଇ ଏବଂ ଆନ୍ତର୍ଜାତୀୟ ବଜାରରେ ବ୍ୟବସାୟ ନିମନ୍ତେ ଚିହ୍ନଟ ହୋଇଥିବା ବିଭିନ୍ନ ହସ୍ତଶିଳ୍ପ / ଉତ୍ପାଦ ବର୍ଗରେ ବିକ୍ରୟଯୋଗ୍ୟ ଉତ୍ପାଦଗୁଡ଼ିକର ଏକ ପରିସର ସୃଷ୍ଟି କରିବା ପାଇଁ ପ୍ରତିଷ୍ଠିତ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରର ଡିଜାଇନର ମାନଙ୍କୁ ନିୟୋଜିତ କରି ରାଜ୍ୟର ବିଭିନ୍ନ ହସ୍ତଶିଳ୍ପ କ୍ଲଷ୍ଟରରେ ଡିଜାଇନ୍ ବିକାଶ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ପ୍ରକ୍ରିୟା ନିମନ୍ତେ ସିଡାକ୍ ନିରନ୍ତର ଭାବରେ ଡିଜାଇନର ମାନଙ୍କୁ ତାଲିକାଭୁକ୍ତ କରୁଛି।

ଡିଜାଇନରଙ୍କ ଯୋଗ୍ୟତା:ଏନ୍‌ଆଇଡି/ଏନ୍‌ଆଇଏଫ୍ଟି/ଆଇଆଇସିଡି ର ପୂର୍ବତନ ଛାତ୍ର କିମ୍ବା ଡିସି (ଏଚ୍‌) ଭାରତ ସରକାରଙ୍କ ଅଧିନରେ ତାଲିକାଭୁକ୍ତ ଡିଜାଇନର ହୋଇଥିବା ଆବଶ୍ୟକ ଓ ହସ୍ତଶିଳ୍ପ ଉତ୍ପାଦ ବିକାଶ କ୍ଷେତ୍ରରେ ସର୍ବନିମ୍ନ ୨ ବର୍ଷର ଅଭିଜ୍ଞତା ଥିବା ଉଚିତ। ତାଙ୍କର ଘରୋଇ ଏବଂ ଆନ୍ତର୍ଜାତୀୟ ବଜାର ବିଷୟରେ ପର୍ଯ୍ୟାପ୍ତ ଅଭିଜ୍ଞତା ଥିବା ଉଚିତ।

ଚୟନ ପ୍ରକ୍ରିୟା: ଆଗ୍ରହୀ ଯୋଗ୍ୟ ପ୍ରାର୍ଥୀଙ୍କଠାରୁ ଖବରକାଗଜ ବିଜ୍ଞାପନ ମାଧ୍ୟମରେ ଆବେଦନ ଆହ୍ୱାନ କରାଯାଉଛି। ଆବେଦନ କାରୀଙ୍କ ପ୍ରମାଣପତ୍ରର ଉପଯୁକ୍ତ ଯାଞ୍ଚ ପରେ ଏକ କମିଟି ଆବେଦନ କାରୀଙ୍କୁ ମନୋନୀତ କରିଥାନ୍ତି।

ଡିଜାଇନର ମାନଙ୍କର ତାଲିକା  , Explore PDF