କାରିଗର ସୁବିଧା କେନ୍ଦ୍ର

ଭାରତ ସରକାରଙ୍କ ବୟନ ମନ୍ତ୍ରଣାଳୟର ଡେଭେଲପମେଣ୍ଟ କମିଶନର (ହସ୍ତଶିଳ୍ପ)ଙ୍କ ସହଯୋଗରେ ସିଡାକ୍ ପକ୍ଷରୁ ଖଣ୍ଡଗିରିରେ ଚାନ୍ଦୁଆ ଶିଳ୍ପ, ତାଳପତ୍ର ଖୋଦେଇ ଏବଂ ପଟ୍ଟଚିତ୍ର, ଟେରାକୋଟା ଶିଳ୍ପ, ପଥର ଶିଳ୍ପ ଏବଂ କଂସା ଓ ପିତ୍ତଳ ଶିଳ୍ପ ନାମକ ୫ଟି ସାଧାରଣ ସୁବିଧା କେନ୍ଦ୍ର (ସିଏଫ୍‌ସି) ସ୍ଥାପନ କରାଯାଇଛି। ଜୟଦେବ ବାଟିକା ଖଣ୍ଡଗିରି ନିକଟସ୍ଥ ଘାଟିକିଆର ପ୍ଲଟ୍‌ ନମ୍ବର ୧୨୧୪ ଏବଂ ଜାଗମରା ମୌଜାର ପ୍ଲଟ୍ ନମ୍ବର ୦୧ ରେ ୬ଟି ବ୍ଲକକୁ ନେଇ ୦୨.୦୦୨ ଏକର ଜମିରେ ସିଏଫ୍‌ସି କୋଠା ନିର୍ମାଣ କରାଯାଇଛି। ଏହି କୋଠାରେ ବିଦ୍ୟୁତ୍‌, ପାଣି ଏବଂ ପରିମଳ ସୁବିଧା ଉପଲବ୍ଧ। ଏହା କାରିଗର ମାନଙ୍କ ପାଇଁ ଗୋଟିଏ ଛାତ ତଳେ କାମ କରିବାର ଏକକ ଭିତ୍ତିଭୂମୀ ପ୍ରଦାନ କରୁଛି। ଏହା ହସ୍ତଶିଳ୍ପ କାରିଗର ମାନଙ୍କୁ ଆଧୁନିକ ସୁବିଧା ସୁଯୋଗ ଲାଭ ଦିଗରେ ଅନେକ ସାହାଯ୍ୟ କରିପାରିବ ଯାହା ସେମାନଙ୍କୁ ଚାନ୍ଦୁଆ, ତାଳପତ୍ର ଖୋଦେଇ ଏବଂ ପଟ୍ଟଚିତ୍ର, ଟେରାକୋଟା, ପିତ୍ତଳ ଏବଂ କଂସା ଶିଳ୍ପ ଏବଂ ପଥର ଶିଳ୍ପ କାରିଗର ମାନଙ୍କୁ ବିଭିନ୍ନ ପ୍ରକାର ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ପ୍ରଦାନ କରି ସେମାନଙ୍କର ଦକ୍ଷତା ବୃଦ୍ଧି କରିବା ସହିତ ସେମାନଙ୍କୁ ଅଧିକ ଲାଭ ପାଇବାରେ ସାହାଯ୍ୟ କରେ ।