ଇଣ୍ଡିଆ ଷ୍ଟୋନ୍ ମାର୍ଟ ହେଉଛି ଭାରତର ପଥର କ୍ଷେତ୍ର ପାଇଁ ଏକ ପ୍ରମୁଖ ଆନ୍ତର୍ଜାତୀୟ ବ୍ୟବସାୟ ରୁ ବ୍ୟବସାୟ (ବି ଟୁ ବି ଇଭେଣ୍ଟ) ଭିତ୍ତିକ ଆୟୋଜନ, ଯାହା ପଥର ଶିଳ୍ପ ବିକାଶ କେନ୍ଦ୍ର ବା ସେଣ୍ଟର ଫର୍ ଡେଭଲପମେଣ୍ଟ ଅଫ୍ ଷ୍ଟୋନ୍ (ସିଡିଓଏସ୍) ଦ୍ୱାରା ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି) ବା ଭାରତୀୟ ଉଦ୍ୟୋଗ ଓ ବାଣିଜ୍ୟ ମହାସଂଘଙ୍କ ସହଯୋଗରେ ଆୟୋଜିତ।
ଏହା ପଥର ଶିଳ୍ପ ସମ୍ପର୍କିତ ସର୍ବବୃହତ ଆନ୍ତର୍ଜାତୀୟ ପ୍ରଦର୍ଶନୀ, ଯାହା ସର୍ବାଧିକ ବ୍ୟାପକ, ସୁବିଧାଜନକ ଓ ପ୍ରଭାବଶାଳୀ ଶୈଳୀରେ ଉତ୍ପାଦ ଏବଂ ସେବାଗୁଡ଼ିକର ବିପଣନ ବ୍ୟବସ୍ଥା ନିମନ୍ତେ ସହାୟତା ପ୍ରଦାନ କରେ। ଏହି କାର୍ଯ୍ୟକ୍ରମ ରାଜସ୍ଥାନର ସୀତାପୁରାସ୍ଥିତ ଜୟପୁର ପ୍ରଦର୍ଶନୀ ଏବଂ ସମ୍ମିଳନୀ କେନ୍ଦ୍ରରେ ଜାନୁଆରୀ-ଫେବୃଆରୀ ମାସରେ ଦୁଇବର୍ଷରେ ଥରେ ଅନୁଷ୍ଠିତ ହୁଏ।
ସିଡାକ୍ ନିୟମିତ ଭାବରେ ପଥର ଖୋଦେଇ କାରିଗର/ରପ୍ତାନିକାରୀ/ଉଦ୍ୟୋଗୀମାନଙ୍କୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ସୁବିଧା ପ୍ରଦାନ କରେ। ଅଂଶଗ୍ରହଣକାରୀ ମାନଙ୍କୁ ସେମାନଙ୍କ ଆବଶ୍ୟକତା ଅନୁସାରେ ମାଗଣା ଷ୍ଟଲ ଯୋଗାଇ ଦିଆଯାଏ। ଅଂଶଗ୍ରହଣ କାରୀଙ୍କ ପଥର କଳାକୃତୀ ଗୁଡିକୁ ପ୍ରଦର୍ଶନୀ ସ୍ଥାନ ପର୍ଯ୍ୟନ୍ତ ସୁରକ୍ଷିତ ଭାବରେ ଏବଂ ମାଗଣାରେ ପରିବହନ ସୁବିଧା ମଧ୍ୟ ଯୋଗାଇ ଦିଆଯାଏ।