ସିଡାକ୍, ବିଶେଷ ଭାବରେ ସକ୍ଷମ ବ୍ୟକ୍ତିମାନଙ୍କ ପାଇଁ ହସ୍ତଶିଳ୍ପ କାର୍ଯ୍ୟକଳାପ ଉପରେ ଦକ୍ଷତା ବିକାଶ ତାଲିମ ପ୍ରଦାନ କରିବା ପାଇଁ ଏହାର ବିଶେଷଜ୍ଞତାର ପରିସର ବିସ୍ତାର କରୁଛି। ଏହି ତାଲିମର ମୂଳ ଲକ୍ଷ୍ୟ ହେଉଛି ହସ୍ତଶିଳ୍ପ ତାଲିମ ମାଧ୍ୟମରେ ବିଶେଷ ଭାବରେ ସକ୍ଷମ ବ୍ୟକ୍ତିମାନଙ୍କୁ ବଜାର ଭିତ୍ତିକ ହସ୍ତଶିଳ୍ପ ସାମଗ୍ରୀ ଉତ୍ପାଦନ କରିବା ପାଇଁ ମୌଳିକ କୌଶଳ ଏବଂ ଦକ୍ଷତା ପ୍ରଦାନ କରି ପର୍ଯ୍ୟାପ୍ତ ଆତ୍ମନିଯୁକ୍ତି ସୁଯୋଗ ନିମନ୍ତେ ପ୍ରସ୍ତୁତ କରାଇବା।
ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସଶକ୍ତିକରଣ ବିଭାଗ (ଏସ୍ଏସ୍ଇପିଡି),ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି କାର୍ଯ୍ୟକ୍ରମ ଭୁବନେଶ୍ୱରର ପୋଖରିପୁଟ ସ୍ଥିତ ନ୍ୟାସନାଲ କ୍ୟାରିଅର ସର୍ଭିସ ସେଣ୍ଟର ଫର ଡଫି ରଣ୍ଟଲି ଏବଲ୍ଡ (ଏନ୍ସିଏସ୍ସିଡିଏ) ଦ୍ୱାରା ପରିଚାଳିତ ହେଉଛି।
