-
25 Sepନବୀନତମ ସମାଚାର
2025 -
06 Decବିଭିନ୍ନ ବର୍ଗରେ ରାଜ୍ୟ ହସ୍ତତନ୍ତ ପୁରସ୍କାର ପାଇଁ ଆବେଦନ ଆମନ୍ତ୍ରଣ ବିଜ୍ଞାପନ
2023
ଓଡ଼ିଶା ସରକାରଙ୍କର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ ୧୮୬୦ ମସିହା ସୋସାଇଟି ପଞ୍ଜିକରଣ ଆଇନ୍ ୨୧ ଅଧିନରେ ୨୦୦୪-୦୫ ମସିହାରେ ପଞ୍ଜିକୃତ ହୋଇଛି ଓ ଏହାର ପଞ୍ଜିକରଣ ସଂଖ୍ୟା ହେଉଛି ୨୧୯୫୯/୧୩୭,ତା୧୫.୧୦.୨୦୦୪ରିଖ । ଏହି ଅନୁଷ୍ଠାନ ଭୁବନେଶ୍ୱର ଗଣ୍ଡମୁଣ୍ଡାସ୍ଥିତ ହସ୍ତଶିଳ୍ପ ନିମନ୍ତେ ପଞ୍ଜିକୃତ କାର୍ଯ୍ୟାଳୟ ହସ୍ତଶିଳ୍ପ ଭବନ ଠାରେ ଓଡ଼ିଶାରେ ହସ୍ତଶିଳ୍ପର ପ୍ରଚାର-ପ୍ରସାର ଓ ବିକାଶ ଉଦ୍ଦେଶ୍ୟରେ କାର୍ଯ୍ୟ କରୁଛି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଏହାର ପରିଚାଳନା କମିଟିର ଅଧ୍ୟକ୍ଷ ଅଟନ୍ତି । ସରକାରଙ୍କ ଦ୍ୱାରା ନିଯୁକ୍ତ ମେମ୍ବର ସେକ୍ରେଟେରୀ (ସଭ୍ୟ ସଚିବ) ଏହି ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ କାର୍ଯ୍ୟ କରନ୍ତି ।
Explore
ଶ୍ରୀ ପ୍ରଦୀପ ବଳ ସାମନ୍ତ ମାନ୍ୟବର ରାଜ୍ୟ ମନ୍ତ୍ରୀ ( ସ୍ଵାଧୀନ )
ଶ୍ରୀମତୀ ଗୁହା ପୁନମ ତାପସ କୁମାର, ଭା.ପ୍ର.ସେ. କମିସନର ତଥା ଶାସନ ସଚିବ ଏବଂ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ପ୍ରତିଷ୍ଠାନ ର ଅଧ୍ୟକ୍ଷ
ଶ୍ରୀମତୀ ପ୍ରଣତି ଛୋଟରାୟ , ଭା.ପ୍ର.ସେ. ହସ୍ତଶିଳ୍ପ ନିର୍ଦ୍ଦେଶିକା, ଓଡ଼ିଶା
ଶ୍ରୀ ସୁବ୍ରତ କୁମାର ବେହେରା, ଓ.ପ୍ର.ସେ. ସଦସ୍ୟ ସଚିବ, ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ପ୍ରତିଷ୍ଠାନ
ରାଜ୍ୟର ଐତିହ୍ୟରସୁରକ୍ଷା ସହିତ ଏହାର ଅଗ୍ରଗତି ଓ ଉନ୍ନତିକରଣ ତଥା ହସ୍ତଶିଳ୍ପ କ୍ଷେତ୍ରର ବିକାଶନିମନ୍ତେ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ।
ରାଜ୍ୟର ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଓ ଏହାର ପ୍ରୋତ୍ସାହନ ନିମନ୍ତେ ହସ୍ତଶିଳ୍ପ କ୍ଷେତ୍ରରେ ନୂତନ ପ୍ରତିଭାମାନଙ୍କୁ ପ୍ରୋତ୍ସାହନ ପ୍ରଦାନ ସହ ସେମାନଙ୍କୁ ଦକ୍ଷ ଶିଳ୍ପୀ ଭାବରେ ବିକଶିତ କରାଇବା ନିମନ୍ତେ କୁଶଳତା ପ୍ରଦାନ କରିବା ଏବଂ ସେମାନଙ୍କର କଳା-ଚାତୁରୀରେ ଉନ୍ନତିକରଣକୁ ପ୍ରୋତ୍ସାହିତ କରିବା ପାଇଁଏକ ଗଠନମୂଳକ ପରିବେଶ ସୃଷ୍ଟି କରିବାରେ ସାହାଯ୍ୟ କରିବା ।
ନୂତନ ଡିଜାଇନ୍ ପ୍ରସ୍ତୁତି, ସଜୃନୀରେ ଅଭିନବତା ଓ ବିବିଧତାକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟସ୍ତରୀୟ ଡିଜାଇନ୍ କେନ୍ଦ୍ର ପରିଚାଳନା ଏବଂ ତଦାରଖ କରିବା, ଡିଜାଇନ୍ ବିକାଶ କାର୍ଯ୍ୟକ୍ରମ ପରିଚାଳନା କରିବା ତଥା ନୂତନ ଡିଜାଇନରମାନଙ୍କ ଦକ୍ଷତା ବିକାଶ ପାଇଁ ହସ୍ତଶିଳ୍ପୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆୟୋଜନ ଭଳି ବିଭିନ୍ନ କାର୍ଯ୍ୟର ପରିଚାଳନା କରିବା ।
ହସ୍ତଶିଳ୍ପ କ୍ଷେତ୍ରରେ ସର୍ବେକ୍ଷଣ, ଅଧ୍ୟୟନ ଏବଂ ଗବେଷଣା କରାଇବା ଓ ହସ୍ତଶିଳ୍ପ ସଂକ୍ରାନ୍ତ ଆଲେଖ୍ୟ ପ୍ରକାଶନ ଏବଂ ଏହାର ପ୍ରଚାର ପ୍ରସାର କରାଇବା ।
ହସ୍ତଶିଳ୍ପ ଜାତୀୟ ସାମଗ୍ରୀଗୁଡିକ ବିପଣନ/ରପ୍ତାନିକୁ ସୁବ୍ୟବସ୍ଥିତ କରାଇବା ପାଇଁ ମାର୍କେଟିଂ ଇଣ୍ଟେଲିଜେନ୍ସ ବା ବ୍ୟବସାୟିକ ବୁଦ୍ଧିମତ୍ତା ଭଳିସଙ୍ଗଠନ ବା ନେଟୱାର୍କ ବିକଶିତ କରିବା ଏବଂ ସମ୍ମିଳନୀ, ସମ୍ପାର୍ଣ୍ଣ, ଆଲୋଚନାଚକ୍ର, କର୍ମଶାଳା, କ୍ରେତା-ବିକ୍ରେତା ବୈଠକ, ପ୍ରଦର୍ଶନୀ, ସଚେତନତା ଶିବିର ଇତ୍ୟାଦି ଆୟୋଜନ କରାଇବା ।
କଳାତ୍ମକ କାର୍ଯ୍ୟରେ ନିୟୋଜିତ ଶିଳ୍ପୀମାନଙ୍କର କଳାନିପୁଣତାକୁ ଜୀବିତ ରଖିବା ପାଇଁ ହସ୍ତଶିଳ୍ପରେ ସମୃଦ୍ଧ ଓଡ଼ିଶାର ଐତିହ୍ୟକୁ ସଂରକ୍ଷିତ କରିବା ।
(A centre of excellence recognized by Ministry of Skill Development & Entrepreneurship , Govt. of India)
କଳାତ୍ମକ କାର୍ଯ୍ୟରେ ନିୟୋଜିତ ଓଡ଼ିଶାର କଳାନିପୁଣ ଶିଳ୍ପୀମାନଙ୍କର ଅବିସ୍ମରଣୀୟ କଳାକୃତୀଗୁଡିକୁ ଆମ ଉତ୍ତର ପିଢ଼ିମାନଙ୍କୁ ଦେଖିବାର ସୁଯୋଗ ଦେବା ସହିତ ଏହି ସଂଗ୍ରହାୟଳ ଦକ୍ଷ କଳାଚାତୁରୀ ପ୍ରଦର୍ଶନର ଉତ୍ସବ ପାଳନ କରେ । ଦୁଇଟି ଶାଖାରେ ବିଭାଜିତ ଏହି ସଂଗ୍ରହାଳୟରେ ଗୋଟିଏ ପାଖରେ ପ୍ରଦର୍ଶନୀ ନିମନ୍ତେ ବ୍ୟବସ୍ଥା ଥିଲାବେଳେ ଅନ୍ୟ ପଟରେ ରହିଛି ଜୀବନ୍ତ ଅନୁଭୁତି ସାଉଁଟିବାର ସୁଯୋଗ । ପ୍ରଦର୍ଶନୀ ନିମନ୍ତେ ଉଦ୍ଦିଷ୍ଟ ଗ୍ୟାଲେରୀରେ ରାଜ୍ୟର ସମସ୍ତ ପ୍ରକାର ହସ୍ତଶିଳ୍ପ ଏବଂ ହସ୍ତତନ୍ତ ବିଷୟ ଉପରେ ଅଧିକ ଗୁରୁତ୍ୱାରୋପ କରାଯାଇଥିବା ବେଳେ ଜୀବନ୍ତ ଅନୁଭୁତି ସାଉଁଟିବା ବା ଲାଇଭ୍ ସେକ୍ସନ୍ ହେଉଛି ଏକ ଖୋଲା ଆକାଶ ତଳେ ଥିବା ଥିଏଟର ବା ମୁକ୍ତାକାଶ ମଞ୍ଚ , ଯେଉଁଠି ସଜ୍ଜିତ ହୋଇଥାଏ ପୃଥକ କର୍ମଶାଳା ଏବଂ କର୍ମଶାଳା କ୍ଷେତ୍ର ଅବଲୋକନର ସୁଯୋଗ । କଳାଭୂମିର ନିର୍ମାଣରେ ସ୍ଥାନୀୟ କଞ୍ଚାମାଲ ଯେପରିକି ଲାଟେରାଇଟ୍ ପଥରର ବ୍ୟବହାର କରାଯାଇଛି, ଏବେବି ରାଜ୍ୟର ଅନେକ ପ୍ରାଚୀନ ସ୍ମାରକୀରେ ଏହି ପଥର ବ୍ୟବହାର ହୋଇଥିବାର ଦେଖିବାକୁ ମିଳେ ।