ଜିଲ୍ଲା ସ୍ତରରେ ଆନୁଷ୍ଠାନିକ ତାଲିମ

ଖୋର୍ଦ୍ଧା ଜିଲ୍ଲାର କେନ୍ଦୁଭିଲୱା 

(ପଟ୍ଟଚିତ୍ର)

କଟକ ଜିଲ୍ଲାର ଆଠଗଡ

(ପଟ୍ଟଚିତ୍ର)

ପୁରୀ ଜିଲ୍ଲାର କୋଣାର୍କ 

(ପଥର ଖୋଦନ)

ମୌଳିକ 

ଅବଧି  ୧  ବର୍ଷ
ଗ୍ରହଣ କ୍ଷମତା ୧୦
 ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା  ଅଷ୍ଟମ
 ସର୍ବନିମ୍ନ ଅଭିଜ୍ଞତା  ---

ବୟସ: ୧୪ ରୁ ୪୦ ବର୍ଷ

ପାଠ୍ୟକ୍ରମ:

ସମସ୍ତ ସ୍ତରରେ ପ୍ରଦାନ କରଯାଉଥିବା ବିଭିନ୍ନପ୍ରକାର ପାଠ୍ୟକ୍ରମ ଗୁଡିକ ହେଉଛି ଏକ ବର୍ଷ ସମୟ ବିଶିଷ୍ଟ ପୂର୍ଣ୍ଣକାଳୀନ ପାଠ୍ୟକ୍ରମ। ଶ୍ରେଣୀରେ ସକାଳ ୧୦.୩୦ ରୁ ସନ୍ଧ୍ୟା ୫.୦୦ ପର୍ଯ୍ୟନ୍ତ ଶିକ୍ଷା ଦାନ ବ୍ୟବସ୍ଥା ରହିଛି। ଓଡ଼ିଶା ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଛୁଟି ଦିବସ ଗୁଡିକ ଉକ୍ତ ଅନୁଷ୍ଠାନ ଅନୁସରଣ କରିଥାଏ।  ତେବେ ଏଠାରେ କୌଣସି ପୂଜା ଛୁଟି ବା ଗ୍ରୀଷ୍ମ ଛୁଟି ପ୍ରଦାନ କରାଯାଏ ନାହିଁ।

ସୁବିଧାସୁଯୋଗ:

ଉଭୟ ପୁରୁଷ ଓ ମହିଳା ପ୍ରଶିକ୍ଷାର୍ଥୀମାନଙ୍କ ନିମନ୍ତେ ଷ୍ଟାଇପେଣ୍ଟ (ଛାତ୍ରବୃତ୍ତି), କଞ୍ଚାମାଲ, ଉପକରଣ କିଟ୍ ଭଳି ବିଭିନ୍ନ ବ୍ୟବସ୍ଥା ରହିଛି।

କିପରି ଆବେଦନ କରିବେ:

ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ପ୍ରତିବର୍ଷ ମେ-ଜୁନ୍ ମାସରେ ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ପ୍ରଶିକ୍ଷଣ ନିମନ୍ତେ ଆବେଦନ କରିଥାନ୍ତି। ବ୍ୟାପକ ପ୍ରଚାର-ପ୍ରସାର ଉଦ୍ଦେଶ୍ୟରେ ଦୈନିକ ଖବରକାଗଜ ଗୁଡିକରେ ଏହି ପ୍ରଶିକ୍ଷଣ ସଂକ୍ରାନ୍ତ ବିସ୍ତୃତ ବିଜ୍ଞାପନ ପ୍ରକାଶିତ ହୁଏ।

ନାମଲେଖା:

ଗ୍ରହଣ କରାଯାଇଥିବା ଆବେଦନ ଗୁଡ଼ିକର ଯାଞ୍ଚ ପରେ ପ୍ରବେଶିକା ପରୀକ୍ଷା କରାଯାଏ ଯେଉଁଥିରେ ଆବେଦନ କାରୀଙ୍କର କୁଶଳତା ମଧ୍ୟ ପରୀକ୍ଷା (ସ୍କିଲ୍ ଟେଷ୍ଟ) କରାଯାଏ। କୌଣସି ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ପ୍ରବେଶ ଶୁଳ୍କ ଦେବାକୁ ପଡେ ନାହିଁ।