ଷ୍ଟୋନା ହେଉଛି ସର୍ବବୃହତ ଆନ୍ତର୍ଜାତୀୟ ଗ୍ରାନାଇଟ୍ ଏବଂ ପଥର ଶିଳ୍ପ ସମ୍ବନ୍ଧତି ମେଳା, ଏହା ଏଭଳି ଏକ ପ୍ରଦର୍ଶନୀ ଯେଉଁଠାରେ ଦେଶର ବିଭିନ୍ନ ସ୍ଥାନରେ ଥିବା ଅନନ୍ୟ ରଙ୍ଗୀନ, ଆକର୍ଷଣୀୟ ପ୍ରାକୃତିକ ପଥରଗୁଡ଼ିକୁ ପ୍ରଦର୍ଶିତ କରାଯାଏ ଏବଂ ଏହା ଏକ ପ୍ଲାଟଫର୍ମ ଯାହା ପଥର କାମର ହସ୍ତଶିଳ୍ପରେ କ୍ଷମତା, ଦକ୍ଷତା, ଅତ୍ୟାଧୁନିକ ଏବଂ ସଦ୍ୟତମ କୌଶଳ ପ୍ରଦର୍ଶନ କରିବାରେ ସାହାଯ୍ୟ କରେ।
ଭାରତର ଷ୍ଟୋନ ବଜାର ହେଉଛି ଷ୍ଟୋନା ଭାରତର ପ୍ରାକୃତିକ ପଥର କଳା ଶିଳ୍ପକୁ ଏକ ଗୁରୁତ୍ୱପୂର୍ଣ୍ଣ ଅଭିବୃଦ୍ଧି, ଉଚ୍ଚ ଦୃଶ୍ୟମାନତା ସହିତ ବିପଣନ ସୁଯୋଗ, ଏକ ବୃତ୍ତିଗତ ଭିତ୍ତିକ ପରିଦର୍ଶକ ଏବଂ ଅତ୍ୟନ୍ତ ଦକ୍ଷ ବ୍ୟବସାୟ ବିକାଶ ମଡ୍ୟୁଲ୍ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। ଏହି କାର୍ଯ୍ୟକ୍ରମ ଫେଡେରେସନ ଅଫ୍ ଗ୍ରାନାଇଟ୍ ଆଣ୍ଡ୍ ଷ୍ଟୋନ୍ ଇଣ୍ଡଷ୍ଟ୍ରିଜ୍ ଅଫ୍ ଇଣ୍ଡିଆ (ଏଫଆଇଜିଏସ୍ଆଇ) ଦ୍ୱାରା ଜାନୁଆରୀ-ଫେବୃଆରୀ ମାସରେ ବେଙ୍ଗାଲୁରୁର ସ୍ଥିତ ବେଙ୍ଗାଲୁରୁ ଅନ୍ତର୍ଜାତୀୟ ପ୍ରଦର୍ଶନୀ କେନ୍ଦ୍ରରେ ଦୁଇବର୍ଷରେ ଥରେ ଆୟୋଜନ କରାଯାଏ।
ସିଡାକ୍ ନିୟମିତ ଭାବରେ ପଥର ଖୋଦେଇ କାରିଗର/ରପ୍ତାନିକାରୀ/ଉଦ୍ୟୋଗୀମାନଙ୍କୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ସୁବିଧା ପ୍ରଦାନ କରିଥାନ୍ତି। ଅଂଶଗ୍ରହଣକାରୀ ମାନଙ୍କୁ ସେମାନଙ୍କ ଆବଶ୍ୟକତା ଅନୁସାରେ ମାଗଣା ଷ୍ଟଲ ଯୋଗାଇ ଦିଆଯାଏ। ଅଂଶଗ୍ରହଣ କାରୀଙ୍କ ଦ୍ୱାରା ପ୍ରଦର୍ଶିତ ହେବାକୁ ଯାଉଥିବା ପଥର ଶିଳ୍ପକୃତୀକୁ ମେଳା ସ୍ଥାନ ପର୍ଯ୍ୟନ୍ତ ମାଗଣାରେ ପରିବହନ ଯୋଗାଇ ଦିଆଯାଏ।