ସିଡାକ 
ବିଷୟରେ

ରାଜ୍ୟ କଳା ଏବଂ ହସ୍ତଶିଳ୍ପ ପ୍ରତିଷ୍ଠାନ ହେଉଛି ଓଡ଼ିଶା ସରକାରଙ୍କ ଅନୁଦାନରେ  ପରିଚାଳିତ ଏକ ଅନୁଷ୍ଠାନ ଯାହା ୧୮୬୦ ର ସୋସାଇଟି ପଞ୍ଜିକରଣ ଆଇନ ୨୧ ଅନୁଯାୟୀ ପଞ୍ଜୀକୃତ ହୋଇଛି ଏବଂ ଏହାର ପଞ୍ଜିକରଣ ସଂଖ୍ୟା -୨୧୯୫୯/୧୩୭, ତା ୨୦୦୪-୦୫ ରିଖ ୧୫ ଅକ୍ଟୋବର, ୨୦୦୪ ଏବଂ ୧୬/୧୦/୨୦୦୪ରୁ ଭୁବନେଶ୍ୱରର ଗଣ୍ଡମୁଣ୍ଡା ଠାରେ ହସ୍ତଶିଳ୍ପ ନିମନ୍ତେ ପଞ୍ଜୀକୃତ କାର୍ଯ୍ୟାଳୟ ହସ୍ତଶିଳ୍ପ ଭବନରେ ଏହା କାର୍ଯ୍ୟକରିବା ଆରମ୍ଭ କରିଛି ।  

ରାଜ୍ୟରେ ହସ୍ତଶିଳ୍ପ ଓ ଅନ୍ୟାନ୍ୟ ସମାନ ଧରଣର ଶିଳ୍ପକୁ ପ୍ରୋତ୍ସାହିତ କରିବା, ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବା ଏବଂ ଡିଜାଇନ୍‌ ବିକାଶ, ଉତ୍ପାଦ ନବସୃଜନ ଏବଂ ବିବିଧତା ପାଇଁ ରାଜ୍ୟସ୍ତରୀୟ ଡିଜାଇନ୍‌ କେନ୍ଦ୍ର ପରିଚାଳନା କରିବା ଲକ୍ଷ୍ୟରେ ୨୦୦୪ ମସିହାରେ ରାଜ୍ୟରେ ସିଡାକ୍‌ ପ୍ରତିଷ୍ଠା କରାଯାଇଛି । ଏହା ସାମଗ୍ରିକ ବିକାଶ ପାଇଁ ଏକ ସ୍ୱୟଂଶାସିତ ସଂସ୍ଥା ଭାବରେ କାର୍ଯ୍ୟ କରେ, ଯେଉଁଠାରେ ସର୍ବେକ୍ଷଣ, ଦକ୍ଷତା ବିକାଶ, କ୍ଲଷ୍ଟର ବିକାଶ କାର୍ଯ୍ୟକ୍ରମ, ଦକ୍ଷତା ଉନ୍ନତିକରଣ ତାଲିମ, ରପ୍ତାନି ମାର୍କେଟିଂ ସୁବିଧା ଏବଂ ଉଦ୍ୟୋଗ ବିକାଶ ଅନ୍ତର୍ଭୁକ୍ତ । ସିଡାକ୍‌ ସଂସ୍ଥାଗତ ତାଲିମ, ଡିଜାଇନ୍‌ ବିକାଶ କାର୍ଯ୍ୟକ୍ରମ ଏବଂ ସହରାଞ୍ଚଳ ହାଟଗୁଡିକର ପରିଚାଳନା କରେ । ଡିସେମ୍ବର ୨୦୨୦ ରେ, ଏହାକୁ ଦକ୍ଷତା ବିକାଶ ଏବଂ ଉଦ୍ୟମିଶୀଳତା ମନ୍ତ୍ରଣାଳୟ ଦ୍ୱାରା "ଉତ୍କର୍ଷ କେନ୍ଦ୍ର" ଭାବରେ ସ୍ୱୀକୃତି ପ୍ରଦାନ କରାଯାଇଛି ।

ring
  • କଳାକୃତି ସମୂହଗୁଡିକ(କ୍ଲଷ୍ଟର)ର ବିକାଶ
  • ସେମିନାର/କର୍ମଶାଳାର ଆୟୋଜନ
  • ଭାଷା କାରିଗରର ପୁନର୍ଜୀବନ 
  • ଓଡ଼ିଆ ହସ୍ତଶିଳ୍ପ ସଂଗ୍ରହାଳୟ 
  • ସାଧାରଣ ସୁବିଧା କେନ୍ଦ୍ର 
  • ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା