ଭାରତୀୟ ହସ୍ତଶିଳ୍ପ ଏବଂ ଉପହାର ମେଳା (ଆଇଏଚ୍ଜିଏଫ୍) ଭାରତ ସରକାରଙ୍କ ହସ୍ତଶିଳ୍ପ ରପ୍ତାନୀ ପ୍ରଚାର ପ୍ରସାର ପରିଷଦ (ଇପିଏଚ୍ସି) ଦ୍ୱାରା ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାର ଆଇଏମ୍ଏଲ୍ ଠାରେ ଆୟୋଜିତ ହେଉଛି। ଏହି କାର୍ଯ୍ୟକ୍ରମ ସମଗ୍ର ବିଶ୍ୱର ହସ୍ତଶିଳ୍ପ କ୍ରେତା-ବିକ୍ରେତା ଏବଂ ପ୍ରଦର୍ଶକ ମାନଙ୍କ ପାଇଁ ଗୋଟିଏ "ୱାନ ଷ୍ଟପ୍ ସୋର୍ସିଂ ଡେଷ୍ଟିନେସନ’ ବା ‘ଏକ ମାତ୍ର ଗନ୍ତବ୍ୟସ୍ଥଳ’।
ଏହି କାର୍ଯ୍ୟକ୍ରମ ବାଣିଜ୍ୟ-ବ୍ୟବସାୟକୁ ସହଜ କରିଥାଏ ଏବଂ ଆନ୍ତର୍ଜାତୀୟ କ୍ରେତାମାନଙ୍କୁ ଏହି କ୍ଷେତ୍ର ବିଷୟରେ ବ୍ୟାପକ ସୂଚନା ପ୍ରଦାନ କରିଥାଏ ଏବଂ ଭାରତୀୟ ହସ୍ତଶିଳ୍ପ ଶିଳ୍ପାନୁଷ୍ଠାନ ଏବଂ ବିଦେଶୀ କ୍ରେତାଙ୍କ ମଧ୍ୟରେ ସର୍ବୋତ୍ତମ ସଂଯୋଗକୁ ସୁନିଶ୍ଚିତ କରିଥାଏ। ଏହି କାର୍ଯ୍ୟକ୍ରମ ବର୍ଷକୁ ଦୁଇଥର ଅନୁଷ୍ଠିତ ହୁଏ, ଥରେ ଫେବୃଆରୀ (ଆଇଏଚ୍ଜିଏପଫ୍- ବସନ୍ତ) ଏବଂ ଅକ୍ଟୋବର (ଆଇଏଚ୍ଜିଏପଫ୍- ଶରତ)।
ଆମଦାନୀ ରପ୍ତାନି କୋଡ୍ ଥିବା ଓଡ଼ିଶାର ହସ୍ତଶିଳ୍ପ ରପ୍ତାନିକାରୀମାନଙ୍କୁ ସିଡାକ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବା ନିମନ୍ତେ ଆବଶ୍ୟକୀୟ ସୁବିଧା ପ୍ରଦାନ କରୁଛି। ଏହି କାର୍ଯ୍ୟକ୍ରମ ରାଜ୍ୟର ହସ୍ତଶିଳ୍ପ ରପ୍ତାନିକାରୀଙ୍କ ପାଇଁ ଓଡ଼ିଶାରୁ ଶିଳ୍ପ ସମାଗ୍ରୀ ରପ୍ତାନି ବୃଦ୍ଧି କରାଇବା ପାଇଁ ସର୍ବୋତ୍ତମ ପ୍ଲାଟଫର୍ମ ଅଟେ।