ଡିଜାଇନ୍ ବିକାଶ ପ୍ରକ୍ରିୟାକୁ ଆନୁଷ୍ଠାନିକ ଭାବରେ ବ୍ୟବସ୍ଥିତ କରିବା ନିମନ୍ତେ ୨୦୦୭-୦୮ ମଧ୍ୟରେ ଅହମ୍ମଦାବାଦର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନ୍ର ବୈଷୟିକ ମାର୍ଗଦର୍ଶନରେ ଭୁବନେଶ୍ୱରରେ ଏକ ଡିଜାଇନ୍ ସେଲ୍ ପ୍ରତିଷ୍ଠିତ ହୋଇଥିଲା ।
ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଏକ ଅତ୍ୟାଧୁନିକ ଡିଜାଇନ୍ କେନ୍ଦ୍ର, ‘କଳା ଓ ଡିଜାଇନ୍ର ଉତ୍କର୍ଷ କେନ୍ଦ୍ର’ ବା ‘ଷ୍ଟେଟ୍ ଅଫ୍ ଆର୍ଟ ଡିଜାଇନ୍’ ସୃଷ୍ଟି କରିବା ଯାହାକି କାରିଗରଙ୍କ ଚାହିଦା ପୂରଣ କରିବ, ଘରୋଇ କ୍ଷେତ୍ର ପାଇଁ ପ୍ରୋଟୋଟାଇପ୍ ପ୍ରସ୍ତୁତି ସହିତ ପ୍ରତିଷ୍ଠାନରେ ବିକଶିତ ହେଉଥିବା କ୍ରାଫ୍ଟ ଡିଜାଇନରମାନଙ୍କର ଏକ ସ୍ଥାନୀୟ କ୍ୟାଡର ମଧ୍ୟ ଏହି ଅଧାରରେ ବିକଶିତ ହୋଇପାରିବେ । ଦ୍ୱିତୀୟ ଭାଗରେ ଗବେଷଣା ଏବଂ ବିକାଶ ସେବା ରହିବ ଏବଂ ଏହି କ୍ଷେତ୍ରରେ ଆଗ୍ରହୀ ବ୍ୟକ୍ତିମାନଙ୍କୁ କେନ୍ଦ୍ର ପକ୍ଷରୁ ଉକ୍ତ ସେବା ଯୋଗାଇ ଦିଆଯିବ ।