ତାଳପତ୍ର ଖୋଦେଇ ଏବଂ ପଟ୍ଟଚିତ୍ର ଉପରେ ଏକ ସାଧାରଣ ସୁବିଧା କେନ୍ଦ୍ର (ସିଏଫ୍ସି) ସ୍ଥାପନ କରାଯାଇଛି ଯେଉଁଠାରେ ତାଳପତ୍ର ଏବଂ ପଟ୍ଟଚିତ୍ର ଭଳି ଚିତ୍ରକଳା ଗୁଡିକୁ ଫ୍ରେମିଂ ପାଇଁ ମେସିନ ସୁବିଧା ଉପଳବ୍ଧ। ସିଏଫ୍ସି ଶିଳ୍ପୀ/କାରିଗର ମାନଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ଏଠାରେ ବିଭିନ୍ନ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଶିଳ୍ପୀଟିଏ କିଭଳି ଅଧିକ ଲାଭ ହାସଲ କରିପାରିବ ସେ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ ସହିତ ଶିଳ୍ପୀମାନଙ୍କୁ ଆଧୁନିକ ସୁବିଧାର ସଦୁପଯୋଗ କରିବାରେ ସାହାଯ୍ୟ କରେ।