ଏକାମ୍ର ହାଟ ପାରମ୍ପରିକ ହସ୍ତଶିଳ୍ପ, ବସ୍ତ୍ର ଏବଂ ସୁସ୍ୱାଦୁ ଖାଦ୍ୟର କ୍ରୟ - ବିକ୍ରୟ ସୁବିଧା ଥିବା ଏକ ଲୋକପ୍ରିୟ ସ୍ଥାନ। ଏହି ବିକ୍ରୟ କେନ୍ଦ୍ର ବା ସପିଂ ସେଣ୍ଟରଟି ଭୁବନେଶ୍ୱର ସହରର ମଧ୍ୟଭାଗରେ ୫ ଏକର ଜମିରେ ଅବସ୍ଥିତ। ଉପଯୁକ୍ତ ରକ୍ଷଣାବେକ୍ଷଣଯୁକ୍ତ ଏହି ସ୍ଥାନଟି ରାଜ୍ୟର ବିଭିନ୍ନ ସ୍ଥାନରୁ ଏବଂ ଦେଶର ପ୍ରତ୍ୟେକ କୋଣରୁ ଆସୁଥିବା ହଜାର ହଜାର ଲୋକଙ୍କ ଦୃଷ୍ଟି ଆକର୍ଷଣ କରେ। ଦୋକାନ ଏବଂ ଖୋଲା ପ୍ରଦର୍ଶନୀ କୋଣ ଗୁଡ଼ିକ କ୍ରେତାମାନଙ୍କୁ ଓଡ଼ିଶା ହସ୍ତଶିଳ୍ପ, ଚିତ୍ରକଳା, ଟେରାକୋଟା ମାଟିପାତ୍ର, ଶିଙ୍ଗ ଖେଳଣା, ପଥର ମୂର୍ତ୍ତି, ଚାନ୍ଦୁଆ, ବେତ ଏବଂ ବାଉଁଶ, ତାଳପତ୍ର ଖୋଦେଇ ଏବଂ ବିଭିନ୍ନ ପ୍ରକାର ବସ୍ତ୍ର କିଣିବାର ସୁଯୋଗ ପ୍ରଦାନ କରେ।


ଏହି ସ୍ଥାନଟି ଏକ ଲୋକପ୍ରିୟ ମନୋରଞ୍ଜନ ସ୍ଥଳ, ଯେଉଁଠାରେ ଏକାମ୍ର ହାଟର ଖୋଲା ରଙ୍ଗମଞ୍ଚରେ ଅନେକ କାର୍ଯ୍ୟକ୍ରମ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଏ। କିଛି ରେଷ୍ଟୁରାଣ୍ଟ ଏବଂ ସ୍ନାକ୍ସ କର୍ଣ୍ଣର ମାନଙ୍କରେ ପରିଦର୍ଶକମାନଙ୍କୁ ଜଳଖିଆ ପରିବେଷଣ କରାଯାଏ। ଏହି ଦୋକାନଗୁଡ଼ିକ ପ୍ରତିଦିନ ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିଥାଏ। ଏକାମ୍ର କୁଟୀର (ହସ୍ତଶିଳ୍ପ ଏବଂ ହସ୍ତତନ୍ତ ଷ୍ଟଲ୍), ଏକାମ୍ର ବଜାର, ହସ୍ତଶିଳ୍ପ ପ୍ରଦର୍ଶନୀ, ପାରମ୍ପରିକ ଓଡିଅ଼। ଏବଂ ଭାରତୀୟ ଖାଦ୍ୟ, ସମ୍ମିଳନୀ କକ୍ଷ, ଖୋଲା ଆକାଶ ତଳେ ରଙ୍ଗମଞ୍ଚ ଇତ୍ୟାଦି ହେଉଛି ଏହାର ବିଶେଷତ୍ୱ।
ଇଡକୋ ପ୍ରଦର୍ଶନୀ ପଡିଆ ,ୟୁନିଟ୍ -୩ ,
ଭୁବନେଶ୍ବର - ୭୫୧୦୦୭ ,
ଯୋଗାଯୋଗ - ୨୬୦୨୬୨୭