ପ୍ରଶିକ୍ଷକଙ୍କ ପାଇଁ ତାଲିମ 

ନିର୍ଦ୍ଦେଶାଳୟଙ୍କ ଦ୍ୱାରା ତାଲିକାଭୁକ୍ତ ଏବଂ କଳାରେ ନିପୂଣ ଶିଳ୍ପୀ/ମାଷ୍ଟର କ୍ରାଫ୍ଟ ପର୍ସନ (ଏମ୍‌ସିପି) ପାଇଁ ଏହା ଏକ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ। ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଅଧୀନରେ ବିଭିନ୍ନ ତାଲିମ କାର୍ଯ୍ୟକ୍ରମ ଅଧୀନରେ ତାଲିମ ପ୍ରଦାନ କରୁଥିବା ଏମସିପି ମାନଙ୍କୁ ନିୟମିତ ଭାବରେ ତାଲିକାଭୁକ୍ତ କରାଯାଉଛି। ଏହି କାର୍ଯ୍ୟକ୍ରମ ଏକ ମୌଳିକ ପ୍ରଶିକ୍ଷଣ ଯାହା କେବଳ କୌଶଳ ଶିକ୍ଷା ପରିବର୍ତ୍ତେ ହସ୍ତଶିଳ୍ପ କ୍ଷେତ୍ରର ଅନ୍ୟାନ୍ୟ ବିଭିନ୍ନ ଦିଗ ସମ୍ପର୍କରେ ତାଲିମ ପ୍ରଦାନ କରେ ଯାହା ପ୍ରଶିକ୍ଷାର୍ଥୀ ମାନଙ୍କୁ ହସ୍ତଶିଳ୍ପ ଅଭ୍ୟାସ କରି ସେମାନଙ୍କର ଜୀବିକା ଅର୍ଜନ କରିବାରେ ଦିଗରେ ସକ୍ଷମ କରିଥାଏ।

ବିଭିନ୍ନ ପ୍ରକାର କାର୍ଯ୍ୟ ଯେମିତିକି ରେକର୍ଡ ରକ୍ଷଣାବେକ୍ଷଣ, ସରକାରୀ ଯୋଜନା, ପ୍ରଦର୍ଶନୀରେ ଅଂଶଗ୍ରହଣ, ମୂଲ୍ୟ ନିର୍ଦ୍ଧାରଣ, ପ୍ୟାକେଜିଂ, ସୁରକ୍ଷା ସତର୍କତା, ବର୍ତ୍ତମାନର ବଜାରଧାରା ଇତ୍ୟାଦି। ହସ୍ତଶିଳ୍ପ ଉଦ୍ୟୋଗୀ, ହସ୍ତଶିଳ୍ପ କ୍ଷେତ୍ରରେ ସମ୍ମାନିତ ବ୍ୟକ୍ତିଙ୍କ ଠାରୁ ସେମାନଙ୍କର ଅଭିଜ୍ଞତା ସମ୍ପର୍କରେ ଜାଣିବା ଓ ଭାବର ଆଦାନ ପ୍ରଦାନ ମଧ୍ୟ ପ୍ରଶିକ୍ଷାର୍ଥୀ ମାନଙ୍କୁ ହସ୍ତଶିଳ୍ପ ଅଭ୍ୟାସ କରିବାକୁ ପ୍ରେରଣା ଦିଏ। ବିଭିନ୍ନ କ୍ଷେତ୍ରର ଅଭିଜ୍ଞ ଏବଂ ଦକ୍ଷ ମାନବସମ୍ବଳ ବା ବ୍ୟକ୍ତିବିଶେଷ ମାନଙ୍କୁ ନେଇ ସିଡାକ୍‌ରେ ଏହି କାର୍ଯ୍ୟକ୍ରମ ୦୬ ଦିନ ପାଇଁ ଆୟୋଜିତ ହୁଏ। ତାଲିକାଭୁକ୍ତ ଏମସିପି ମାନଙ୍କ ପାଇଁ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଅଧୀନରେ ଯେକୌଣସି ବିଭାଗରେ ତାଲିମ ପ୍ରଦାନକାରୀ ଭାବେ ତାଲିକାଭୁକ୍ତ ହେବା ପାଇଁ ଏହି ପ୍ରଶିକ୍ଷଣ ବାଧ୍ୟତାମୂଳକ।