ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା

ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ରାଜ୍ୟର ସବୁଠାରୁ ପ୍ରତିଷ୍ଠିତ ଲୋକପ୍ରିୟ ହସ୍ତଶିଳ୍ପ / ହସ୍ତତନ୍ତ ମେଳା ଏବଂ ପୂର୍ବ ଭାରତରେ ଆୟୋଜିତ ଏକ ପ୍ରମୁଖ ମେଳା ମଧ୍ୟରୁ ଗୋଟିଏ । ଏହି କାର୍ଯ୍ୟକ୍ରମ ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ହେଉଛି । ଓଡ଼ିଶା ସରକାର ଏବଂ ସିଡାକ୍‌ ଏହି ମେଳାକୁ କାର୍ଯ୍ୟକାରୀ କରାଉଛନ୍ତି ।

ରଙ୍ଗୀନ ଷ୍ଟଲ, ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା ବିଭିନ୍ନ ସୁନ୍ଦର କଳାକୃତି, ସ୍ୱାଦିଷ୍ଟ ଖାଦ୍ୟ ଏହି ମେଳାର ମୁଖ୍ୟ ଆକର୍ଷଣ । ଏହା ବ୍ୟତୀତ, ହସ୍ତଶିଳ୍ପ ମେଳାରେ ପ୍ରତିଦିନ ସାଂସ୍କୃତିକ ସନ୍ଧ୍ୟା, ହସ୍ତଶିଳ୍ପ କାର୍ଯ୍ୟକ୍ରମର ପ୍ରଦର୍ଶନ ଇତ୍ୟାଦି ମଧ୍ୟ ଲୋକମାନଙ୍କୁ ମେଳା ପ୍ରତି ଆକର୍ଷିତ କରାଏ ।

ଏହି ମେଳା ପ୍ରତିବର୍ଷ ଡିସେମ୍ବର ମାସରେ ଭୁବନେଶ୍ୱରର ଜନତା ମଇଦାନ ଠାରେ ଆୟୋଜିତ ହୁଏ କିନ୍ତୁ ଚଳିତ ବର୍ଷ ୧୯ତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ୧୯ ମାର୍ଚ୍ଚରୁ ୩୧ ମାର୍ଚ୍ଚ, ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଛି ।

bg

ଉପଲବ୍ଧ ସୁବିଧା

  • ହସ୍ତଶିଳ୍ପ କାରିଗର ଏବଂ ହସ୍ତତନ୍ତ ବୁଣାକାରଙ୍କ ପାଇଁ ମାଗଣା ଷ୍ଟଲ୍ 
  • ଦେଶର ବିଭିନ୍ନ ପ୍ରାନ୍ତରୁ ସୁସ୍ଵାଦୁ ବ୍ୟଞ୍ଜନ
  • ୨୪  ଘଣ୍ଟା ସିସିଟିଭି ସୁରକ୍ଷା 
  • ୨୪ ଘଣ୍ଟା କାର୍ଯ୍ୟକ୍ଷମ କଣ୍ଟ୍ରୋଲ୍ ରୁମ୍ / ମେଳା ଅଫିସ୍ / ସୁରକ୍ଷା ବ୍ୟବସ୍ଥା 
  • ଅଗ୍ନିଶମ ବାହିନୀ  / ପ୍ରଥାମିକ୍ ଚିକିତ୍ସା / ଆମ୍ବୁଲାନ୍‌ସ/ ପୋଲିସ ନିୟନ୍ତ୍ରଣ କକ୍ଷ/ ଏଟିଏମ୍ 
  • ଜଳ ଯୋଗାଣ/ ଶୌଚାଳୟ ସୁବିଧା
  • ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ଚକ ସଂଯୁକ୍ତ ଚେୟାର ସହିତ ସ୍ୱତନ୍ତ୍ର ସହାୟତା ସୁବିଧା 
  • ମା ଏବଂ ଶିଶୁ ଙ୍କ ଯତ୍ନ 
  • ମହିଳା ପ୍ରଦର୍ଶକମାନଙ୍କ ପାଇଁ ମାଗଣା ଆବାସ
  • ପିଲାମାନଙ୍କ ପାଇଁ ଖେଳ ଜୋନ୍
  • ପରିଷ୍କାର ଏବଂ ସ୍ୱଚ୍ଛ ପରିବେଶ