ଆମର ଦୃଷ୍ଟିକୋଣ ହେଉଛି ବିଭିନ୍ନ ହସ୍ତଶିଳ୍ପ ସମୂହ(କ୍ଲଷ୍ଟର)ରେ କାରିଗରମାନଙ୍କ ଦକ୍ଷତାର ବିକାଶ କରାଇ ହସ୍ତଶିଳ୍ପ ବ୍ୟବସାୟ ଭିତ୍ତିକ ପ୍ରୋତ୍ସାହନ ଏବଂ ବିକାଶ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ସହାୟତା ପ୍ରଦାନ କରିବା ।
ସାଧାରଣ ସୁବିଧା କେନ୍ଦ୍ର ପ୍ରତିଷ୍ଠାକୁ ପ୍ରୋତ୍ସାହନ ଦେଇ, କାରିଗରମାନଙ୍କୁ ବଜାର ଭିତ୍ତିକ ତାଲିମ ପ୍ରଦାନ କରି ଏବଂ ହସ୍ତଶିଳ୍ପ କ୍ଷେତ୍ରରେ ଉତ୍ପାଦ ନବସୃଜନ ଏବଂ ବିବିଧତାକୁ ପ୍ରୋତ୍ସାହନ ଦେଇ ହସ୍ତଶିଳ୍ପ ସଂସ୍କୃତିକୁ ସମୃଦ୍ଧ କରିବା । ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ପରିଚାଳନା ପ୍ରାଚୀନ ହସ୍ତଶିଳ୍ପ କଳାକୃତିର ଦ୍ବାରା ସଂରକ୍ଷଣ ହୋଇପାରୁଛି ।