ଚାରି ମାସର ଡିଜାଇନ ନେତୃତ୍ୱରେ ପାଠ୍ୟକ୍ରମ

ରାଜ୍ୟର ବିଭିନ୍ନ କୋଣରୁ କାରିଗର ମାନଙ୍କ ପାଖରେ ପହଞ୍ଚିବା ପାଇଁ, ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଅଧୀନରେ ଆଞ୍ଚଳିକ ସ୍ତରୀୟ ଡିଜାଇନ୍‌ କେନ୍ଦ୍ର,ସିଡାକ୍‌ରେ ଡିଜାଇନ୍ ସେଲ୍ ସ୍ଥାପନ କରାଯାଇଛି ଯାହା ଦ୍ୱାରା ସମନ୍ୱିତ ଡିଜାଇନ୍ ପ୍ରସ୍ତୁତି କାର୍ଯ୍ୟକ୍ରମ ଢାଞ୍ଚାରେ ଡିଜାଇନ୍ ବିକାଶ ସମ୍ପର୍କିତ କ୍ଷୁଦ୍ରକାଳୀନ ପାଠ୍ୟକ୍ରମ ପ୍ରଦାନ କରାଯାଇପାରିବ ଫଳରେ କାରୀଗର ମାନେ ସମସାମୟିକ ବଜାର ପାଇଁ ଉପଯୁକ୍ତ ନୂତନ ହସ୍ତଶିଳ୍ପ ଉତ୍ପାଦ ବିକଶିତ କରିପାରିବେ। ତଦନୁସାରେ, ସମ୍ବଲପୁର ଏବଂ ବାଲେଶ୍ୱରର ଦୁଇଟି କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ପ୍ରସ୍ତାବ ଦିଆଯାଇଛି।

ଯୋଜନାର ଉଦ୍ଦେଶ୍ୟ:

ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେବ କାରିଗର ମାନଙ୍କୁ ଡିଜାଇନ୍‌ ଆଧାରିତ ପଦ୍ଧତି ବୁଝିବାରେ ସାହାଯ୍ୟ କରିବା ଏବଂ ଏହା ଫଳରେ ସେମାନେ ସମସାମୟିକ ବଜାର ପାଇଁ ଉପଯୁକ୍ତ ନୂତନ ହସ୍ତଶିଳ୍ପ ଉତ୍ପାଦ ବିକଶିତ କରିବା ନିମନ୍ତେ ଡିଜାଇନ୍‌କୁ ଏକ କୌଶଳ ଭିତ୍ତିକ ସମାଗ୍ରୀ/ଉପକରଣ ଭାବରେ ବ୍ୟବହାର କରିପାରିବେ।

ପାଠ୍ୟକ୍ରମର ଅବଧି:

ପାଠ୍ୟକ୍ରମର ଅବଧି 4 ମାସ ରହିଛି |

ଚାରିମାସ 

ହସ୍ତଶିଳ୍ପ ଡିଜାଇନ୍:

   

ଶିକ୍ଷାଦାନର ମାଧ୍ୟମ ଏବଂ ଶ୍ରେଣୀରେ ଶିକ୍ଷାଦାନ:

ଶିକ୍ଷାଦାନ ମୁଖ୍ୟତଃ ଓଡ଼ିଆରେ ପ୍ରଦାନ କରାଯିବ। ସପ୍ତାହର ଛଅ ଦିନ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଶ୍ରେଣୀ ଶିକ୍ଷାଦାନ ହେବ। ରବିବାର କିମ୍ବା ଅନ୍ୟ କୌଣସି ସରକାରୀ ଛୁଟିଦିନରେ କୌଣସି ଶିକ୍ଷାଦାନ ହେବ ନାହିଁ।

ଶିକ୍ଷାର ମୂଲ୍ୟାଙ୍କନ ଏବଂ ପ୍ରମାଣପତ୍ର:

ପ୍ରତ୍ୟେକ ପାଠ୍ୟକ୍ରମ ଶେଷରେ, ଏକ ବିଚାରକମଣ୍ଡଳୀ (ଜୁରି) ସମଗ୍ର ପାଠ୍ୟକ୍ରମ ମଧ୍ୟରେ ଛାତ୍ର ଆହରଣ କରିଥିବା ଜ୍ଞାନ ଏବଂ କରାଯାଇଥିବା କାର୍ଯ୍ୟର ମୂଲ୍ୟାଙ୍କନ କରିବେ। ଏହି ବିଚାରକମଣ୍ଡଳୀ (ଜୁରି)ଙ୍କ ରିପୋର୍ଟ ଆଧାରରେ ଓ ସଫଳତାର ସହିତ ପାଠ୍ୟକ୍ରମ ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ରାଜ୍ୟ କଳା ଏବଂ ହସ୍ତଶିଳ୍ପ ବିକାଶ ପ୍ରତିଷ୍ଠାନରୁ ଏକ ପ୍ରମାଣପତ୍ର ମିଳିଥାଏ।

ପାଠ୍ୟକ୍ରମ:

ପାଠ୍ୟକ୍ରମ ବିଷୟବସ୍ତୁରେ ସାମଗ୍ରୀ ଏବଂ କୌଶଳ ବିକାଶ କର୍ମଶାଳା, ବିଭିନ୍ନ କଳାକୃତୀର ଏବଂ ମୁକ୍ତହସ୍ତ ଚିତ୍ରାଙ୍କନର ଉପାଦାନ, ରଙ୍ଗ ଓ ସଂରଚନା, ଡିଜାଇନ୍‌ର ବିଭିନ୍ନ ଉପାଦାନ ଏପରିକି ସୌନ୍ଦର୍ଯ୍ୟ ବୃଦ୍ଧି ନିମନ୍ତେ ମାର୍କେଟିଂ ଏବଂ ଉତ୍ପାଦନ ଯୋଜନାର ଇନପୁଟ୍ ମଧ୍ୟ ପାଠ୍ୟକ୍ରମର ଅନ୍ତର୍ଭୁକ୍ତ ଅଟେ।