ସଂକଳ୍ପ ଅଧୀନରେ କାଇଁଚ ପ୍ରକଳ୍ପ, କେନ୍ଦ୍ରାପଡା
ସଂକଳ୍ପ ଅଧୀନରେ କାଇଁଚ ପ୍ରକଳ୍ପ, କେନ୍ଦ୍ରାପଡା ସଂକଳ୍ପ କେନ୍ଦ୍ରାପଡା ପ୍ରକଳ୍ପ ନଭେମ୍ବର ,୨୦୨୦ ରେ ଆରମ୍ଭ ହୋଇଥିଲା, ଏହା ଏକ ପାଇଲଟ୍ ପ୍ରକଳ୍ପ ଯାହାକି ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦଯୋଗୀତା ମନ୍ତ୍ରଣାଳୟ , ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (SIDAC),ହସ୍ତତନ୍ତ ,ବୟନ ଓ ହସ୍ତଶିଳ୍ପ ବିଭାଗ , ଓଡ଼ିଶା ଏବଂ ଜିଲ୍ଲା ପ୍ରଶାସନ,କେନ୍ଦ୍ରାପଡାଙ୍କ ମିଳିତ ସହଭାଗୀତା ରେ ପରିଚାଳନା କରାଯାଇଅଛି | ଏହି ପ୍ରକଳ୍ପଟି କେନ୍ଦ୍ରାପଡା ଜିଲ୍ଲାର ୯ ଟି ଗ୍ରାମ ପଞ୍ଚାୟତର ୩୫ ଟି ଗାଁର ୩୧୨୮ ମହିଳା କାଇଁଚ ହସ୍ତଶିଳ୍ପ କାରୀଗରମାନଙ୍କର ବିକାଶ ପାଇଁ କାର୍ଯ୍ୟ କରୁଛି ।